ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୧୮/୦୯: ଆଜି ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କ ଦ୍ବାରା ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  ଏଏସ୍‌ଆଇ ଏଡିଜି ଜାନଭିଜ୍‌ ଶର୍ମାଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି । ଏହି ଟିମ୍‌ରେ ୧୭ ଜଣ ସଦସ୍ୟ ଥିଲେ। ଏନ୍‌ଜିଆରଆଇ ଟିମ୍ ସଦସ୍ୟ ଅରୁଣ ପାଣ୍ଡୃ କହିଛନ୍ତି ସମସ୍ତ ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି। ଏନ୍‌ଜିଆରଇ ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧକ୍ଷ ଜଷ୍ଟିସ ରଥ କହିଛନ୍ତି, ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହେବ। ଜିପିଆର ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ।

Leave a Reply

Your email address will not be published. Required fields are marked *