ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର, ୨୪/୧୨: ଭକ୍ତଙ୍କ ପାଇଁ ଖୁୁସିଖବର। ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।  ବଡ଼ଦିନ ପର୍ବ ପାଇଁ ଶ୍ରୀମନ୍ଦିର ବନ୍ଦ ହେବନାହିଁ। କିନ୍ତୁ SOP ଅନୁଯାୟୀ ଭୋର ୫ଟା ୩୦ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର । ଡିସେମ୍ବର ୨୬, ୩୧ ଓ ଜାନୁଆରୀ ୧, ୨ ତାରିଖ ବନ୍ଦ ରହିବ ଶ୍ରୀମନ୍ଦିର। ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିିପଦ ଟଳିନି। ପୁୁଣି ଏବେ ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଏହି ସବୁ ଦିନ ଗୁୁଡିକରେ ଭିିଡ଼ ହୋଇଥାଏ, ତେଣୁୁ ସବୁ ପରିିସ୍ଥିତିକୁ ଦୃଷ୍ଟିରେ ଶ୍ରୀମନ୍ଦିର ବନ୍ଦ ରଖାଯିବ।