ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ ଜାରି, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୧୫/୧୨: ରାଜ୍ୟରେ ଏବେ କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ପୁଣି ଏବେ ଚିନ୍ତା ଘାରିଛି ଓମିକ୍ରନ। ଏହାରିମଧ୍ୟରେ ଶ୍ରୀମନ୍ଦିର ପାଇଁ ସାନି ଗାଇଡଲାଇନ ଜାରି କରିଛି ମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ସକାଳ ସାଢ଼େ ୫ରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିିିବ। ଏହାସହ ଅଧିକ ଭିଡ଼ ଆଶଙ୍କାରେ ଡିସେମ୍ବର ୩୧ ଓ ଜାନୁଆରି ୧ରେ ଶ୍ରୀମନ୍ଦିର ବନ୍ଦ ରହିିି ବା ନେଇ ସୂଚନା ରହିଛି। ଏହାସହ ସମସ୍ତ ଶ୍ରଦ୍ଧାଳୁ ଦର୍ଶନ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିବେ।