ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର

ଭୁବନେଶ୍ୱର, ୨୪/୪: ରାଜ୍ୟରେ କ ରୋନା ସଂକ୍ରମଣ ଅତି ଭୟଙ୍କର ଭାବରେ ମାଡି ଚାଲିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ଦୃୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ ।

ସୂଚନାଯୋଗ୍ୟ ଯେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ କରିବାକୁ ସେବାୟତ ନିଯୋଗ ପ୍ରସ୍ତାବ ଦେଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାରଙ୍କ ସହ ବୈଠକରେ ପ୍ରସ୍ତାବ ଦେଇଥିଲେ ଛତିଶା ନିଯୋଗର ସମସ୍ତ ସେବାୟତ । କରୋନା ସଂକ୍ରମଣ ବଢୁଥିବାରୁ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ଦାବି କରାଯାଇଥିଲା।