ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେବ ଗୁଆଲି ନୀତି

ଭୁବନେଶ୍ୱର,୧୨/୦୬: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି ହେବ । ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ବେଶ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ସୂଚନାଯୋଗ୍ୟ ଯେ ଗତ ୨ ବର୍ଷ ହେବ କରୋନା ପାଇଁ ନୀତି ଉପରେ ପ୍ରତିବନ୍ଧକ ଲାଗିଥିଲା । ମାତ୍ର ଚଳିତବର୍ଷ କୋଭିଡ ସ୍ଥିତି ନଥିବାରୁ ଭକ୍ତମୟ ପରିବେଶରେ ମହାପ୍ରଭୁ ନଗର ପରିକ୍ରମ କରିବେ । ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କରେ ପ୍ରଥମେ ଶୀନହରକୁ ଆସିବେ । ବନ୍ଦପନା ନୀତି ପରେ ଜମ୍ବେଶର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ସଂପୂର୍ଣ୍ଣ ହେବ । ସେପଟେ ସ୍ନାନଯାତ୍ରା ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।