ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୧୪/୫:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି INTACH। ଏହି ମାମଲା ହାଇକୋର୍ଟର ବିଚାରାଧୀନ ଥିବାରୁ କାମ ସ୍ଥଗିତ ରଖିବା ପାଇଁ ଚିଠିରେ ଉଲ୍ଲେଖ ଅଛି। ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ରହିଛି। ତେଣୁ ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି କୁହାଯାଇଛି ।

ଅନ୍ୟପଟେ ଏଥିସହ କେନ୍ଦ୍ର ସଂସ୍କୃତି ବିଭାଗ, NMA, ASI, TATA, OBCC, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ମ୍ୟୁନିସିପାଲିଟିକୁ ନୋଟିସ ବି ଜାରି କରିଛନ୍ତି । ଆସନ୍ତା ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।