ଭୁବନେଶ୍ୱର,୧୬/୦୨: ପୁରୀ ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡିଛି ରକ୍ତଛିଟା । ଶ୍ରୀମନ୍ଦିର ପରମ୍ପରା ବିଧି ଅନୁସାରେ ଯଦି ଗର୍ଭ ଗୃହ ବା ଭିତର କାଠ ନିକଟରେ ଯଦି ରକ୍ତ ଛିଟା ପଡେ ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହେବ । ଆଜି ଦୈନିକ ନୀତି ସମୟରେ ମହାପ୍ରଭୁଙ୍କ ସେବାୟତ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ବଡ ମାହାସ୍ନାନ । ନିୟମ ଅନୁସାରେ କିଛି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ବଡ ମହାସ୍ନାନ ପରେ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ ।