ଶ୍ରୀମନ୍ଦିର ଭୂ-ସମ୍ପତ୍ତି ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କଲେ ଆଇନମନ୍ତ୍ରୀ, କହିଲେ ଖୁବଶୀଘ୍ର ଲାଗୁ ହେବ ୟୁନିଫର୍ମ ପଲିସୀ

ଭୁବନେଶ୍ୱର,୧୬/୧୧: ଶ୍ରୀମନ୍ଦିର ଭୂ-ସମ୍ପତ୍ତି ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀ ଜଗନ୍ନାଥଙ୍କ ବ୍ୟାପକ ଜମିଜମା ଥିବାବେଳେ ଏହାକୁ ଜବରଦଖଲ କରି ରଖାଯାଇଛି କିନ୍ତୁ ମନ୍ଦିରର କୌଣସି ଲାଭ ହେଉନାହିଁ । ଏଥିପାଇଁ ସରକାର ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ୟୁନିଫର୍ମ ପଲିସୀ । ୧୦୦ ଡେସିମିଲରୁ କମ ଜମି ଜବରଦଖଲକାରୀ ଘର କରି ରହିଥିଲେ ତାଙ୍କୁ ରିହାତିରେ ସରକାରଙ୍କ ତରଫରୁ ବିକ୍ରି କରାଯିବ । ୧୦୦ ଡ଼ିସିମିଲରୁ ଅଧିକ ଜମିଜବରଦଖଲ କରିଥିଲେ, ସେ ତାର ଯଥାର୍ଥତା ଦର୍ଶାଇବେ ଏବଂ ସେହି ଜମିର ମାର୍କେଟ ଭାଲ୍ୟୁ ବା ବେଞ୍ଚ ମାର୍କ ଭାଲ୍ୟୁରେ ତାକୁ କିଣିବାକୁ ପଡ଼ିବ । ଏସବୁ ଜମିର ସେଟେଲମେଣ୍ଟ କରାଯିବ । ଏହାଦ୍ୱାରା ମନ୍ଦିରରେ ୧୦ ହଜାର କୋଟିର କର୍ପସ ଫଣ୍ଡ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।