ତିନି ଦିନ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ, ଏହି ଦିନ ୪ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର,୨୦/୦୯: ଆସନ୍ତାକାଲିଠୁ ପୁଣି ଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୨୧, ୨୨ ଓ ୨୩ ତାରିଖରେ ଏହି ବୈଷୟିକ ସର୍ଭେ କରାଯିବ। ଏହି ୩ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ASI ପକ୍ଷରୁ ସର୍ଭେ କରାଯିବ।ଏହି ସମୟରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

ଦୁଇ ଦିନ ତଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସରିଛି ଲେଜର ସ୍କାନିଂ। ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ୱରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନ ଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ASI ମହା ନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିଲେ।

Leave a Reply

Your email address will not be published. Required fields are marked *