ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା: ୪ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ

ପୁରୀ, ୫/୪:ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣାରେ ଡ୍ୟୁଟିରେ ଥିବା ୪ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି । କେଉଁ ପରିସ୍ଥିତିରେ ଘଟଣା ଘଟିଲା ତାର ତୁରନ୍ତ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଛି। ଅନ୍ୟପଟେ ସକାଳୁ ପୋଲିସ୫ର ଜଣିଆ ଟିମ୍‌ର ସିସିଟିଭି ଯାଞ୍ଚ କରୁଛି।

ସେହିପରି ଗତକାଲି ସିସିଟିଭି ଯାଞ୍ଚରୁ ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ସୁଆର ମହାସୁଆର ସଭାପତିଙ୍କ ଉପସ୍ଥିତିରେ ସିସିଟିଭି ଯାଞ୍ଚ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା ପରେ ଜଣଙ୍କୁ ଚିହ୍ନଟ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ତଦନ୍ତ ପାଇଁ ଗଠିତ ହୋଇଛି ୫ଜଣିଆ ଟିମ୍‌ । ସେହିଭଳି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ ।