ମହାପ୍ରଭୁଙ୍କ ବନକଲାଗି ନୀତି, ୩ଘଣ୍ଟା ବନ୍ଦ ରହିବ ଦର୍ଶନ

ଭୁବନେଶ୍ୱର,୨୧/୦୨: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।ଏହାରିମଧ୍ୟରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ନୀତି ଚାଲିବ । ତେଣୁ ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତି ହୋଇଛି । ନିଳାଦ୍ରୀ ଭକ୍ତ ନିବାସରେ ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଯେଭଳି ପ୍ରଭାବିତ ହେବ ନାହିଁ ଓ ଭକ୍ତ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ନୀତି ସବ କମିଟି ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।