ସୁଆର ଓ ମହାସୁଆର ସେବାୟତଙ୍କ ବିବାଦ, ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବ

ଭୁବନେଶ୍ୱର,୫/୦୨: ଶ୍ରୀମନ୍ଦିର ସୁଆର ଓ ମହାସୁଆର ସେବାୟତଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି। ଶେଷରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ବାହାରିଲା ଗତକାଲି ରାତିର ଶତାଧିକ ଅଭଡା କୁଡୁଆ । କିନ୍ତୁ ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ତିନି ଘଣ୍ଟା ବିଳମ୍ବରେ ଚାଲିଛି ।ଗତକାଲି ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ବଡ଼ମହାସ୍ନାନ ହୋଇଥିଲା । ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସନ୍ଧ୍ୟା ଆଳତି ହୋଇଥିଲା । କିନ୍ତୁ ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଫଳରେ ଗତକାଲିଠୁ ଶତାଧିକ ଅଭଡା କୁଡୁଆ ଭୋଗ ମଣ୍ଡପରେ ଭୋଗ ପଡିରହିଥିଲା । ଆଜି ସମସ୍ୟାର ସମାଧାନ ପରେ ଭୋଗ କୁଡୁଆ ବାହାରିଛି ।