ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଉତ୍ସବରେ ଟ୍ରାଫିକ ସମସ୍ୟା ଏଦେବାକୁ ଶ୍ରୀ ସେତୁ

ଭୁବନେଶ୍ୱର, ୮/୦୧: ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ହେବ। ଏହି ସମୟରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ । ଏଣିକି ଗାଡିରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ଯିବାକୁ ପଡିବନି । ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥପ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ଉପରେ ତୂରୀ ଆକୃତିର ଓଭରବ୍ରିଜ ତିଆରି ହୋଇଛି । ଏହି ବ୍ରିଜ ଦେଇ ଭକ୍ତମାନେ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଅନ୍ୟ ସ୍ଥାନରେ ପଂହଚିପାରିବେ । ଏଥିିପାଇଁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କାମ ଆଗେଇଚାଲିଛି ।