ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଆଗଲା ବଡ଼ ପଦକ୍ଷେପ

ଭୁବନେଶ୍ୱର,୧୫/୧୨: ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ୱାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ଏପରି କରି ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ଏଥିସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି ।