ସ୍ୱତନ୍ତ୍ର ରୀତିନୀତି, ମହାପ୍ରଭୁଙ୍କ ଆଜି ବଣଭୋଜି ବେଶ

ପୁରୀ, ୨/୯ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବହୁ ସ୍ୱତନ୍ତ୍ର ରୀତିନୀତି ହୋଇଥାଏ । ଏହାରିମଧ୍ୟରେ ଆଜି ଏକ ମଧ୍ୟ ସ୍ୱତନ୍ତ୍ର ନୀତି ରହିଛି । ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ରୀତି ନୀତି ଅନୁସାରେ ଆଜି ଦଶମୀ ତିଥି ।ଏହି ଦଶମୀ ତିଥିରେ ମହାପ୍ରଭୁଙ୍କର ବଣଭୋଜି ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପରେ ବଣଭୋଜି ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି କରାଯିବ ସହ ମସ୍ତକରେ ସୋଲ, ବେତରେ ତିଆରି ସ୍ୱର୍ଣ୍ଣ କିଆ ଖୋସା ଯାଇଥାଏ। ଏହାସହ ରତ୍ନ ସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ନିର୍ମିତ ଗାଇ ବାଛୁରୀ ରଖାଯାଇଥାଏ। ଆଜି ବଣଭୋଜି ବେଶ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ମହାପ୍ରଭୁଙ୍କ କାଳୀୟଦଳନ ବେଶ ରହିଛି । ସେହିପରି ପହରଦିନ ପ୍ରଳମ୍ୱାଶୁର ବଧ ବେଶ ଓ ତ୍ରୟୋଦଶୀ ତିଥିରେ କୃଷ୍ଣବଳରାମ ବେଶରେ ମହାପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି।