ଆଜି ମଧ୍ୟରାତିରେ ମହାପ୍ରଭୁଙ୍କ ପାଖେ ଲାଗି ହେବ ଦଶମୂଳ ମହୌଷଧୀ

ପୁରୀ, ୧୩/୦୬: ଜ୍ବରରେ ପୀଡିତ ଶ୍ରୀଜୀଉ। ଏହାରିମଧ୍ୟରେ ଉପଚାର ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଶ୍ରୀଜିଉଙ୍କ ଉପଚାର । ଫୁଲୁରୀ ତେଲ ଏବଂ ଓଷ ଲାଗି ସତ୍ୱେ ଛାଡିନି ଜ୍ୱର । ସ୍ନାନପୂର୍ଣ୍ଣିମାଠାରୁ ଶ୍ରୀଜିଉମାନେ ଅନବସରରେ ରହି ଉପଚାର ହେଉଛନ୍ତି । ଜ୍ୱର ଲାଘବ କରିବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶରେ ମହାପ୍ରଭୁଙ୍କ ପାଇଁ ଆଜି ଶ୍ରୀମନ୍ଦିରକୁ ଦଶମୂଳ ଓଷ ଆସିବ । ପରମ୍ପରା ଅନୁସାରେ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଆସିଥାଏ ଏହି ଔଷଧ । ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ଆଜି ମଧ୍ୟରାତିରେ ଦଶମୂଳ ମହୌଷଧୀ ଲାଗି କରାଯିବ । ଏହା ସହିତ ଅଣସର ଦଶମୀ ଅବସରରେ ଶ୍ରୀମନ୍ଦିରରେ ଚକାବିଜେ ନୀତି ଅନୁଷ୍ଠିତ ହେବ ।