ମହାପ୍ରଭୁଙ୍କ ଗୁଆଲି ନୀତି ଅନୁଷ୍ଠିତ

ଭୁବନେଶ୍ୱର,୨/୦୬: ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀରେ ମହାପ୍ରଭୁଙ୍କ ଗୁଆଲି ନୀତି ଅନୁଷ୍ଠିତ ହୋଇଛି। ଗତକାଲି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହେଇଛି । ଭକ୍ତମୟ ପରିବେଶରେ ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିଛନ୍ତି । ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ସମ୍ପର୍ଣ୍ଣ ହୋଇଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥିଲେ ।