ପୁଣିଥରେ ଶ୍ରୀମନ୍ଦିରରେ ପଶିଲେ ବିଦେଶୀ

ଭୁବନେଶ୍ୱର,୨୬/୧: ପୁରୀ ଶ୍ରୀମନ୍ଦିର ଭିତରେ ପୁଣିଥରେ ପ୍ରବେଶ କରିଛନ୍ତି ବିଦେଶୀ ନାଗରିକ । ଶ୍ରୀମନ୍ଦିର ଭତିରେ ଅଣ ହିନ୍ଦୁ ପ୍ରବେଶ ନେଇ କଟକଣା ରହିଥିଲେ ବି ଦୁଇ ବିଦେଶୀ ନାଗରିକ ଶ୍ରୀମନ୍ଦିର ଭିତରୁ ବାହାରୁ ଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ୨୨ ପାହାଚ ଦେଇ ଜଣେ ବିଦେଶୀ ନାଗରିକ ସିଂହଦ୍ୱାରା ପଟେ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । ତେବେ ସେ କେଉଁ ଧର୍ମର ତାହା ଜଣାପନାହିଁ । ଏପଟେ କେଉଁ ପରିସ୍ଥିତି ଏହି ବିଦେଶୀ ନାଗରିକ ଭିତରକୁ ଗଲେ ତାଙ୍କୁ ନେଇ ପ୍ରଶ୍ନ ଉଠିିଛି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶହ ଶହ ପୁଲିସ ନିୟୋଜିତ ହୋଇଛନ୍ତି । ଏହା ଭିତରେ ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।