ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି

ଭୁବନେଶ୍ୱର,୩୦/୧୦: ଶ୍ରୀମନ୍ଦିର ପ୍ରଶାସନ ନିଜ ଭୁଲ ସ୍ୱିକାର କରିବା ସହ ଚନ୍ଦ୍ରଗହଣରେ ନୀତିକାନ୍ତି ପରିବର୍ତନ କରିବା ନେଇ ସ୍ପଷ୍ଟ ହୋଇଛି । ଆସନ୍ତା ଅକ୍ଟୋବର ୮ ତାରିଖରେ କାର୍ତିକ ପୂଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସେଦିନ ପାକତ୍ୟାଗ, ଦେବନୀତି ନିଷେଧ ହେବ । ହେଲେ କେଉଁ ସମୟରେ ନୀତିକାନ୍ତି ହେବ ତାକୁ ନଇ ବିତର୍କ ଆରମ୍ଭ ହୋଇଯାଇଛି ।
ସେହିଦିନ ସକାଳ ୮ଟା ୨୨ ମିନିଟ୍ ସମୟରେ ପାକତ୍ୟାଗ ଏବଂ ଦେବନୀତି ନିଷେଧ ନେଇ ଶ୍ରୀମନ୍ଦିର ପ୍ରଶାସନର ଚୁଡାନ୍ତ ନୀତିକାନ୍ତିରେ ଉଲ୍ଲେଖ ରହିଥିବା ବେଳେ ଜ୍ୟୋର୍ତିବିଦ୍ୟମାନେ ସୂର୍ଯ୍ୟୋଦୟ ଠାରୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ବାଢିଛନ୍ତିି । ବିବାଦ ବଢିବା ପରେ ମନ୍ଦିର ପ୍ରାଶାସନ ନିଜ ଭୁଲ ସୁଧାରି ନୀତିକାନ୍ତିରେ ପରିବର୍ତନ କରିବାକୁ ଯାଉଛି । ଏନେଇ ବିସ୍ତୃତ ଆଲୋଚନା ପାଇଁ ନଭେମ୍ବର ମାସ ପ୍ରଥମ ସପ୍ତାହରେ ନୀତି ସବ୍ କମିଟି ଏବଂ ଛତିଶାନିଯୋଗ ବୈଠକ ଡକାଯାଇଛି ।