ଶ୍ରୀମନ୍ଦିରରେ ମୂଷାଙ୍କ ଉତ୍ପାତ, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ବଢୁଛି ବିପଦ

ପୁରୀ,୧୮/୩: ଶ୍ରୀମନ୍ଦିରରେ ଦିନକୁ ଦିନ ମୂଷାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଏହା ପ୍ରଭାବରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି  ବିପଦ ବଢୁଛି । ଗର୍ଭଗୃହରେ ଅନ୍ଧାରର ସୁଯୋଗ ନେଇ ମୂଷା କରୁଛନ୍ତି ଉତ୍ପାତ । ତେଣୁ ମୂଷାଙ୍କ ନିରାକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅତ୍ୟାଧୁନିକ ମୂଷା ଧରା ମେସିନ୍ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଭିତରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଲଗାଯାଇଛି ।

ତେବେ ମହାପ୍ରଭୁଙ୍କ ଶୟନ ସମୟରେ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିବା ସହ ପୂରା ପରିବେଶ ନିସ୍ତଦ୍ଧ ରହିବାର ବିଧି ରହିଛି । ତେଣୁ ମେସିନରୁ ଶଦ୍ଧ ବାହାରୁଥିବାରୁ କିଛି ସେବାୟତ ଏହାକୁ ବିରୋଧ କରିଛନ୍ତି ।