ନୀତିକାନ୍ତିରେ ବିଭ୍ରାଟ, ପୁଣି ଉପାସରେ ଲିଙ୍ଗରାଜ ମହାପ୍ରଭୁ

ଭୁବନେଶ୍ୱର, ୨୫/୧୦:  ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ । ମଙ୍ଗଳଆଳତି ପରେ ହୋଇନାହିଁ ମହାଦେବଙ୍କ ନୀତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସ ରହିଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁ ।ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟ ସେବାୟତ ଗୋଷ୍ଠୀ ଠାକୁରଙ୍କ ନୀତି ବନ୍ଦ କରିଥିବା ଜାଣିବାକୁ ମିଳିଛି ।