ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ

ପୁରୀ, ୧୦/୩:୨୦୨୧-୨୨ ବର୍ଷ ଲାଗି ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ଏହି ବଜେଟ୍ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି। ଆଗାମୀ ପରିଚାଳନା କମିଟିରେ ଅନୁମୋଦିତ ହେବ ଏହି ବଜେଟ୍‌ । ସେହିପରି ରଥଯାତ୍ରା ପାଇଁ ୧୧ କୋଟିର ବ୍ୟୟ ବରାଦ କରିଛି ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି । ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ସେବାୟତ ସହାୟତା ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ୫ କୋଟି ଓ ଅନ୍ୟପଟେ ୨ଟି ଧର୍ମଶାଳା କାମ ସରିଛି। ଆଉ ଏକ ଭକ୍ତ ନିବାସ ପ୍ରତିଷ୍ଠା ହେବ । ଖଣି ଖାଦାନରୁ ୧୦କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ାଃ କ୍ରିଷନ କୁମାର ସୂଚନା ଦେଇଛନ୍ତି।