ଅନବସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ସେବାରେ ଦଇତାପତି

ଭୁବନେଶ୍ୱର,୦୬/୦୬: ଅସୁସ୍ଥ ଅଛନ୍ତି ମହାବାହୁ।  ଦ୍ୱିତୀୟ ଦିନରେ ଦଇତାପତି ସେବାୟତଙ୍କ ଦ୍ୱାରା ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଓଲାଗି ନୀତି କରାଯାଉଛି । ଅନବସର ଘରେ ଅସୁସ୍ଥ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି । ବୈଦରାଜଙ୍କ ପରାମର୍ଶ ଅନୁସାରେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନାରୁ ନେଇ ବିଭିନ୍ନ ଫଳମୂଳ ଆଦି ଭୋଗ କରାଯାଉଛି । ଏହି ସମୟରେ ଜଗମୋହନରୁ ଅଣସର ଘର ପର୍ଯ୍ୟନ୍ତ ନିଷିଦ୍ଧାଂଚଳ ଘୋଷଣା କରାଯିବା ସହିତ ଭଜନ କୀର୍ତନ ବାରଣ କରାଯାଇଛି ।ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ଘରେ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ସେପଟେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।