ବର୍ଷା କମିବା ସହ ବନ୍ୟା ଆଶଙ୍କା ନାହିଁ କହିଲେ ଏସଆରସି

ଭୁବନେଶ୍ୱର, ୧୪ା୧୦: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । କିନ୍ତୁ ଆଜି ବର୍ଷା ପ୍ରଭାବ କମିବା ସହ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇଛି । ଅନ୍ୟପଟେ ଋଷିକୂଲ୍ୟା ନଦୀର ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହୋଇଛି । ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସମ୍ପଦ କର୍ମଚାରୀ ସ୍ଥିତି ଉପରେ ନଜର ମଧ୍ୟ ରଖିଛନ୍ତି ବୋଲି ଏସଆରସି କହିଛନ୍ତି ।