ଭୁବନେଶ୍ବର, ୪/୧୨: ବାତ୍ୟା ଜୱାଦର ସ୍ଥିତି ଓ ଗତିପଥ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଲ୍ୟାଣ୍ଡଫଲ କରି ନପାରେ ଜୱାଦ ବୋଲି ସେ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିତ୍ର ଆଧାରରେ ସୂଚନା ଦିଆଯାଇଛି।
Pictures from Latest bulletin of @Indiametdept shows something good. Hopefully the cyclone may not make landfall in Odisha if the cyclone follows the forecasted path. Pl look at the picture below. May Lord Jagannath save us. @CMO_Odisha @SecyChief @IPR_Odisha @SRC_Odisha @osdma pic.twitter.com/emA64LWzp0
— Pradeep Jena IAS (@PradeepJenaIAS) December 4, 2021
ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରରେ ଗତ ୬ ଘଣ୍ଟା ଧରି ୯ କିମି ବେଗରେ ମାଡି ଆସୁଛି ଜୱାଦ । କାଲି ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପୁରୀର ନିକଟବର୍ତ୍ତୀ ହେବ ବୋଲି ସୂଚନା ରହିଛି।