ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର,୨୨/୧୦(ଦି ପ୍ରଗତି ନ୍ୟୁଜ୍):ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଲଘୁଚାପ ଅବପାତ ରୂପରେ ବି ପରିିିଣତ ହୋଇ ସାରିଛି। ଏବେ ପାରାଦୀପ ଠାରୁ ୧୮୦କିମି ଦୂରରେ ଅବପାତ ସକ୍ରିୟ ହୋଇ ରହିଛି। ଏହାସହ ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ର ସମ୍ଭାବନା ରହିଛି।ତେଣୁ ୨ଟି ବନ୍ଦରକୁ ୩ନଂ ବିପଦ ସଙ୍କେତ ଦିଆଯାଇଛି। ଏହାସହ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି।ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରିଛନ୍ତି ଏସଆରସି ।
ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।