ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର, ୨୧/୨: ଦେଶରେ ପୁଣିଥରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରାୟ ସବୁ  ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ  ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର  ପ୍ରଦୀପ ଜେନା। ସେ ମାସ୍କ ଓ ସାମାଜିକ ଦୂରତା ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକାଠି ହୋଇପାରିବେନି। ଏହାସହ ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ କରିଯିବାକୁ ଅନୁମତି ନାହିଁ। ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟ ଉପରେ ନଜର ରଖିବାକୁ ସେ କହିଛନ୍ତି। ପ୍ରତି ସପ୍ତାହରେ ଜିଲ୍ଲାପାଳ, SP ଓ କମିସନର SRCଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।