ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଜିଲ୍ଲାପାଳଙ୍କୁ SRC କ୍ଷମତା

ଭୁବନେଶ୍ୱର,୨୧/୮: ରାଜ୍ୟରେ ଏବେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ବନ୍ୟା ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ SRC କ୍ଷମତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏହି ସ୍ବତନ୍ତ୍ର କ୍ଷମତା ଦିଆଯାଇଛି। ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ପଦକ୍ଷେପ ନିଆଯାଇଛି।ଉଦ୍ଧାର କାର୍ଯ୍ୟରେ ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବହାର ନିର୍ଦ୍ଦେଶ ଦିଆଯାଇଛି।