ଗୁଲାବ କ୍ଷୟକ୍ଷତିକୁ ନେଇ ସୂଚନା ଦେଲେ ଏସଆରସି

ଭୁବନେଶ୍ୱର, ୨୭/୯: ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ ଏସଆରସି ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ଗୁଲାବ ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ବଡ଼ ପବନ ହୋଇନି। ଅନ୍ୟପଟେ ଘାଟିରେ ଭୂସ୍ଖଳନ ହୋଇ ରାସ୍ତା ବନ୍ଦ ଥିଲା ଓ ସେଠାରେ କାମ ଚାଲିଛି। ଆସନ୍ତା
୨ରୁ ୩ ଘଣ୍ଟା ଭିତରେ ‘ଗୁଲାବ’ ଓଡ଼ିଶା ଅତିକ୍ରମ କରିବ। ଏବେ ବାତ୍ୟା ତୀବ୍ର ଅବପାତରେ ରହିଛି ଓ ଆସନ୍ତା ୨ ଘଣ୍ଟା ପରେ ଅବପାତରେ ପରିଣତ ହେବ। କୌଣସି ସ୍ଥାନରେ ସେମିତି ବିଶେଷ ବର୍ଷା କି ପବନ ହୋଇନି ବୋଲି ସେ କହିଛନ୍ତି।