ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଅଛନ୍ତି ସରକାର: ଏସଆରସି

ଭୁବନେଶ୍ୱର, ୨୨/୫: ରାଜ୍ୟରେ କରୋନା ତାଣ୍ଡବ କରୁଥିବା ବେଳେ ମାଡି ଆସୁଛି ବାତ୍ୟା। ଏହି ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ୨୪ରେ ବାତ୍ୟାର ରୂପ ନେବ। ପରେ ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ହେବ । ୨୬ ସଂଧ୍ୟାରେ  ଲ୍ୟାଣ୍ଡଫଲ ହେବ ବୋଲି ସେ କହିଛନ୍ତି। ଏହାସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି।