ଯେତିକି ଆବଶ୍ୟକ ସେତିକି ହିଁ କିଣନ୍ତୁ: ଏସଆରସି

ଭୁବନେଶ୍ୱର, ୩/୫: ରାଜ୍ୟରେ କୋଭିଡ ସ୍ଥିତି ଗମ୍ଭୀର ରହିଛି। କୋଭିଡ ସ୍ଥିତିକୁ ଦେଖି ରାଜ୍ୟବାସୀଙ୍କୁ ଏସଆରସି ପ୍ରଦୀପ ଜେନା ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ  କରୋନା ଚେନ ଭାଙ୍ଗିବାକୁ ଲାକଡ଼ାଉନ କରାଯାଇଛି। ରାଜ୍ୟରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ ତେଣୁ ଯେତିକି ଆବଶ୍ୟକ ସେତିକି ହିଁ କିଣନ୍ତୁ ।  ଦୋକାନରେ ଗହଳି କରନ୍ତୁ ନାହିଁ କି ଅଧିକ କିଣନ୍ତୁ ନାହିଁ । ଲକ୍‌ଡାଉନ ବେଳେ ସକାଳ ୬ରୁ ଦିନ ୧୨ ଯାଏ ଦୋକାନ ଖୋଲିବ। ସୋମବାରରୁ ଶୁକ୍ରବାର ଦିନକୁ ୬ ଘଣ୍ଟା ଦୋକାନ ଖୋଲିବ । ପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର, ତେଜରାତି ମିଳିବ । ଶୁକ୍ରବାର ସଂଧ୍ୟା ୬ରୁ ସୋମବାର ସକାଳ ଯାଏ ସବୁ ଦୋକାନ ବନ୍ଦ । ତେଣୁ ଆଜି ଓ କାଲି ଦୋକାନରେ ଅଯଥା ଭିଡ଼ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।