ଶ୍ରଦ୍ଧା ହତ୍ୟା ମାମଲା:ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ,୨୫/୧୧: ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦ୍ୱିତୀୟ ଦିନରେ ଆଜି ପୁଣି ମାଷ୍ଟରମାଇଣ୍ଡ ଅଫତାବର ହେବ ପଲିଗ୍ରାଫ ଟେଷ୍ଟ । ଗୁରୁବାର ୮ ଘଣ୍ଟା ଧରି ଦିଲ୍ଲୀର ରୋହିନୀ ଫରେନସିକ୍ ସାଇନ୍ସ ଲାବ୍ରୋଟରୀରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ ତଥା ମିଛ ଧରା ପରୀକ୍ଷା କରଯାଇଥିଲା । ଅଫତାବ କିପରି ଶ୍ରଦ୍ଧାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ବାହାରେ ପକାଇଥିଲେ । ସେ ନେଇ ଅଫତାବଙ୍କୁ ପ୍ରଶ୍ନ ପଚାରିଛି ଦିଲ୍ଲୀ ପୁଲିସ ।

ଆଜି ଆଉ କିଛି ପଚରାଉଚରା କରିବା ପରେ ଅଫତାବଙ୍କ ନାର୍କୋ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେପଟେ ଶ୍ରଦ୍ଧାଙ୍କ ଶରୀର କାଟିବା ପାଇଁ ଅଫତାବ ବ୍ୟବହାର କରିଥିବା ୫ ଟି ଧାରୁଆ ଛୁରୀ ଜବତ କରିଛି ପୁଲିସ । ଜବତ ହୋଇଥିବା ୫-୬ ଇଞ୍ଚ ଲମ୍ବର ଛୁରୀକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି ।