ଓଡ଼ିଶା ଆସିଲା ରୁଷିଆ କୋଭିଡ ଟିକା ସ୍ପୁଟନିକ-ଭି

ଭୁବନେଶ୍ୱର,୨୮/୬: ରାଜ୍ୟରେ ଏବେ ଜୋରଦାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଏହାରିମଧ୍ୟରେ ଓଡ଼ିଶା ଆସି ପହଞ୍ଚିଛି ରୁଷିଆ ଟିକା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେଉଛି ସ୍ପୁଟନିକ୍ ଭି। ସ୍ପୁଟନିକ୍ ଭି ଟିକାର ଗୋଟିଏ ଡୋଜ୍ ୧୧୪୫ ଟଙ୍କାରେ ମିଳିବ ବୋଲି ସୂଚନା ମିଳିଛି।ମଙ୍ଗଳବାରଠାରୁ କୋୱିନ ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇ ହେବ ।