ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା

ନୂଆଦିଲ୍ଲୀ,୧୪/୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଚାଲିଛି। ତେଣୁ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏହାରିମଧ୍ୟରେ ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ଧାର୍ଯ୍ୟ ହୋଇଛି। ଏହାର ଦର ରହିଛି ୯୪୮ ଟଙ୍କା । ଭାରତରେ ଏହି ଦରରେ ଉପଲବ୍ଧ ହେବ ସ୍ପୁଟନିକ-ଭି ଟିକା । ଏହା ସହ ପ୍ରତି ଡୋଜ୍ ଉପରେ ୫ % ଜିଏସଟି ଦେବାକୁ ପଡିବ । ଏନେଇ ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ  ସୂଚନା ଦିଆଯାଇଛି।