କଳିଙ୍ଗ ଷ୍ଟାଡିଅମ ସ୍ପୋର୍ଟ୍‌ସ କମ୍ପଲେକ୍ସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨/୧୧(ଦି ପ୍ରଗତି ନ୍ୟୁଜ୍): ଭିଡିଓ କନ୍‌ଫରେନସିଂ ଜରିଆରେ କଳିଙ୍ଗ ଷ୍ଟାଡିଅମ ସ୍ପୋର୍ଟ୍‌ସ କମ୍ପଲେକ୍ସ ଉଦ୍‌ଘାଟନ କରିଛନ୍ତି୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଛତ୍ରପୁର ଓ ହିଞ୍ଜିଳିକାଟୁରେ ଇଣ୍ଡୋର ଷ୍ଟାଡିଅମ ବି ଉଦ୍‌ଘାଟିତ ହୋଇଛି। ୧୧ କୋଟିରେ ହିଞ୍ଜିଳିକାଟୁରେ ଇଣ୍ଡୋର ଷ୍ଟାଡିଅମ ଉଦ୍‌ଘାଟିତ ହୋଇଥିବା ବେଳେ ୨ କୋଟି ୬୧ ଲକ୍ଷ ଟଙ୍କାରେ ଛତ୍ରପୁରରେ ଷ୍ଟାଡିଅମ ଉଦ୍‌ଘାଟିତ ହୋଇଛି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ  ଦେଇ କହିଛନ୍ତି ୩ଟି ସ୍ପୋର୍ଟ୍‌ସ କମ୍ପଲେକ୍ସ ଉଦ୍‌ଘାଟନ କରି ମୁଁ ବହୁତ ଖୁସି। କ୍ରୀଡ଼ା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ । ଏଥି ସହ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।