ସୋୟାବିନ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳେ ଜାଣନ୍ତୁ

ଓଜନ କମାଇବା ପାଇଁ ଲୋକମାନେ ବହୁତୁ ପ୍ରକାର ପଦକ୍ଷେପ ଆପଣାଇଥାନ୍ତି। କେତେ ଜଣ ମେଡିସିନ୍‌ ଖାଇଥାନ୍ତି ତ କେତେ ଜଣ ଜିମ ଯିବାକୁ ପସନ୍ଦ କରିଥା’ନ୍ତି। ଏହା ଛଡା ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ କମ୍‌ କ୍ୟାଲୋରୀ ଓ ହାଇ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିଥାଏ। ପ୍ରୋଟିନ୍‌ ମାଂସପେଶୀକୁ ମଜବୁତ୍‌ କରିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

କମ୍‌ କ୍ୟାଲୋରୀ ଓ ଅଧିକ ପ୍ରୋଟିନ୍‌ ଥିବା ଏକ ଖାଦ୍ୟ ହେଉଛି ସୋୟାବିନ୍‌। ଦିନକୁ ୧୦୦ ଗ୍ରାମ୍‌ ସୋୟାବିନ୍‌ ଖାଇଲେ ଶରୀରକୁ ୭୦ ପ୍ରତିଶତ ପ୍ରୋଟିନ୍‌ ମିଳିଥାଏ। ସୋୟାବିନ୍‌ରେ ଆଇରନ୍‌, ଫାଇବର, ପୋଟାସିୟମ୍‌, କ୍ୟାଲସିୟମ୍‌ ରହିଛି। ତେବେ ଆସନ୍ତୁ ଜାଣିବା ସୋୟାବିନ୍‌ ଖାଇଲେ ଆଉ କେଉଁସବୁ ଫାଇଦା ମିଳିଥାଏ।

ସୋୟାବିନ୍‌ ଉଭୟ ଓଜନ କମାଇବା ଓ ବଢ଼ାଇବା ପାଇଁ ସାହାଯ୍ୟ କରିଥାଏ। ତେଣୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

ସୋୟାବିନ୍‌ ରେ ଥିବା ଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଖରାପ କୋଲେଷ୍ଟ୍ରଲ୍‌ର ସ୍ତରକୁ ଶରୀରରୁ କମ୍‌ କରିବା ପାଇଁ ସାହାଯ୍ୟ କରିଥାଏ। ଯାହା ଦ୍ୱାରା ହାର୍ଟ ରୋଗର ଆଶଙ୍କା କମ୍‌ ହୋଇଥାଏ।

ସୋୟାବିନ୍‌ରେ ଥିବା ଫାଇବର୍‌ କୋଲୋନ୍‌ କ୍ୟାନସରର ଆଶଙ୍କାକୁ କମ୍‌ କରିଥାଏ।

ସେହିପରି ଏଥିରେ ଥିବା ଭିଟାମିନ୍‌, ମିନେରାଲ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ କପର୍‌ ପରି ପୋଷକତତ୍ତ୍ୱ ହାଡ଼କୁ ମଜବୁତ୍‌ କରିଥାଏ।