ସାଉଥ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ରାଜନୀତିରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨/୦୨: ସାଉଥ ସିନେମା ସୁପରଷ୍ଟାର ଥାଲାପତି ବିଜୟ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି । ବିଜୟଙ୍କ ଦଳର ନାଁ ରହିଛି ତାମିଲାଗ ଭେତ୍ରୀ କାଝିଗମ । ଚର୍ଚ୍ଚା ହେଉଥିଲା ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ବିଜୟ ରାଜନୀତିରେ ପ୍ରବେଶ କରିଛନ୍ତି । ତେବେ ସେ କହିଛନ୍ତି ତାଙ୍କ ଦଳ ନିର୍ବାଚନ ଲଢ଼ିବ ନାହିଁ କି କାହାକୁ ସମର୍ଥନ ମଧ୍ୟ କରିବେନି । ତାମିଲ ସିନେ ଦୁନିଆର ଜଣେ ଲୋକପ୍ରିୟ କଳାକାର  ବିଜୟ  କମାଣ୍ଡର ନାଁରେ ବେଶ ଜଣାଶୁଣା । ସେପଟେ ବିଜୟଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି । ବ୍ୟାନର ଲଗାଇ, ମିଠା ଖୁଆଇ ବିଜୟଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ।