ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨/୦୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ସୌରଭ ଗାଙ୍ଗୁଲି । ବିସିସିଆଇ ସଭାପତି ସୌରଭ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବେ । ତେବେ ଏହା ପୂର୍ବରୁ ଉଭୟ ପରସ୍ପରକୁ ସାକ୍ଷାତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚର ଶୁଭାରମ୍ଭ କରିବେ । ଏହାପରେ ପଡିଆକୁ ଓହ୍ଲାଇବେ ଭାରତୀୟ ଦଳ ଓ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକା ।