ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟରଂଜନ

ଭୁବନେଶ୍ୱର,୩/୦୫: ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ଘସିପୁରାରେ ଏକ ବିଶାଳ ଜନସଭା ପରେ ଏପରି ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଘସିପୁରା ଅଞ୍ଚଳରେ ଦୀର୍ଘଦିନ ଧରି ହେଉଥିବା ଗୁଣ୍ଡାଗର୍ଦ୍ଦି, ହତ୍ୟାକାଣ୍ଡ, ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲୋକେ ସ୍ୱର ଉଠାଇବାକୁ ଲାଗିଲେଣି । ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି । ତେଣୁ ଲୋକଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛି ।