ଉପ-ସଭାପତି ପଦରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଜେଡିର ଆକ୍ସନ । ବିଜୁ ଜନତା ଦଳର ଉପ-ସଭାପତି ପଦରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରୁ ହଟେଇଛନ୍ତି । ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ସମ୍ବାଦ ଖବରକାଗଜରେ ଆଲେଖ ଲେଖିଥିଲେ ସୌମ୍ୟ ପଟ୍ଟନାୟକ । ଆମ ଘରର ହାଲଚାଲରେ ସେ ଦଳର ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ ।