ଇତିହାସ ରଚିଲେ ନୟାଗଡର ସୌଭାଗ୍ୟ, ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଚଢି ଲଗାଇଲେ ଜାତୀୟ ପତାକା

ଭୁବନେଶ୍ୱର,୧୩/୦୮: ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସରେ ଜାତୀୟ ପତାକା ଉଡାଇଲେ ଓଡିଆ ପୁଅ । ସ୍ୱାଧୀନତା ଦିବସ ଗୋଟିଏ ଦିନ ପୂର୍ବରୁ ନୟାଗଡର ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ ଏଲବ୍ରସ ଚଢି ଇସିହାସ ରଚିଛନ୍ତି । ଭାରତୀୟ ସମୟ ଅନୁସାରେ ଦିନ ୧୧ଟା ୧୦ରେ ମାଉଣ୍ଟ ଏଲବ୍ରସରେ  ୫ହଜାର ୬୪୨ ମିଟର ବା ୧୮ ହଜାର ୫୧୦ ଫୁଟ ଉଚ୍ଚକୁ ଚଢି ଜାତୀୟ ପତାକା ଉଡାଇଛନ୍ତି । ପର୍ବତାରୋହୀ ଟିମରେ ଥିଲେ ରୁଷର ୪ ଜଣ, ୨ ଜଣ ଭାରତର ଟ୍ରେକର ଓ ୩ ଜଣ ପ୍ରଶିକ୍ଷକ ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୪ ତାରିଖରେ ସୌଭାଗ୍ୟ ନୟାଗଡରୁ ଯାତ୍ରା ଆରମ୍ଭ କରିଥିଲେ । ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିଥିଲେ । ତାପରେ ଅଗଷ୍ଟ ୮ ତାରିଖରେ ମାଉଣ୍ଟ ଏଲବ୍ରସ ଚଢିବାର ଦୁଃସାହାସିକ ଯାତ୍ରା କରି ଅଗଷ୍ଟ ୧୩ରେ ଶିଖରରେ ପହଞ୍ଚିଛନ୍ତି ସୌଭାଗ୍ୟ ରଥ ।