ଜଗା ଦର୍ଶନ ପାଇଁ ଆସିଲା ଏସଓପି

ପୁରୀ, ୧୪/୧୦:ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି। ଏହାରିମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ  ସଂଶୋଧିତ ନିୟମାବଳୀ ଆସିଛି । ଆସନ୍ତାକାଲିଠୁ କାର୍ଯ୍ୟକାରୀ ହେବ ଏହି ସଂଶୋଧିତ ନିୟମାବଳୀ । ସକାଳ ୭ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ସବୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦଶହରା ଓ ଦୀପାବଳିରେ  ଦର୍ଶନ ବନ୍ଦ ରହିବାକୁ ଥିବା ବେଳେ କୁମାର ପୂର୍ଣ୍ଣିମାରେ ଖୋଲା ରହିିିବ।  ୨ ଡୋଜ୍‌ ଟିକାକରଣର ପ୍ରମାଣପତ୍ର ଦେଖାଇ ଦର୍ଶନ କରିବେ ଭକ୍ତ ।