ସାଧାରଣତନ୍ତ୍ର ଦିବସ ୨୦୨୨ ପାଳନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୮/୧: ରାଜ୍ୟରେ ଏବେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏହାରିମଧ୍ୟରେ  ପଞ୍ଚାୟତ ନିର୍ବାଚନ ବେଳେ ପଡୁଛି ଗଣତନ୍ତ୍ର ଦିବସ । ତେଣୁ  ଗାଇଡଲାଇନ ଜାରି ହୋଇଛିି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ, ସମସ୍ତ RDC ଏବଂ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିସନର। ନିଜ ଜିଲ୍ଲାରେ ସାମିଲ ହେବେନି ନେତା କିମ୍ବା ମନ୍ତ୍ରୀ।ସରକାରୀ ଯୋଜନା ପ୍ରଚାର ସମ୍ପର୍କିତ ପ୍ରଜ୍ଞାପନ ମେଢ଼କୁ ମଧ୍ୟ ଅନୁମତି ନାହିଁ। ସାଧାରଣତନ୍ତ୍ର ଦିବସ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର।