ଶ୍ରୀମନ୍ଦିରରେ ଦର୍ଶନ ନେଇ SOP ଜାରି

ପୁରୀ, ୧୬/୪:ରାଜ୍ୟରେ ଏବେ ପୁଣିଥରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଏବେ ୩ହଜାର ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ  ଶ୍ରୀମନ୍ଦିରରେ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ SOP ଜାରି ହୋଇଛି। ଶ୍ରୀମନ୍ଦିରରେ ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ କରିବେ।ମନ୍ଦିର ଭିତରେ କୌଣସି ମୂର୍ତ୍ତି ଓ ମନ୍ଦିରକୁ ଛୁଇଁବେ ନାହିଁ ।

ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିିିଛି। ନଚେତ ୨ ପର୍ଯ୍ୟାୟ ଟିକା ନେଇଥିବା ବାଧ୍ୟତାମୂଳକକରାଯାଇଛି । ମନ୍ଦିରକୁ ଯିବା ପୂର୍ବରୁ ପରିଚୟ ପତ୍ର ନେବା ବାଧ୍ୟତାମୂଳକ । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ୫୦୦ ଟଙ୍କା ଫାଇନ୍ ଦେବେ। ଅନ୍ୟପଟେ ସାଧାରଣ ଭକ୍ତଙ୍କ ପାଇଁ ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।