ଏଣିକି ଟିକା ନନେଇଥିଲେ ବି ମିଳିବ ଜଗା ଦର୍ଶନ

ପୁରୀ, ୧୪/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ପୁରୀରେ ଜଗା ଦର୍ଶନ ପାଇଁ କୋହଳ ହୋଇଛି କୋଭିଡ କଟକଣା। ଟିକା ନନେଇଥିଲେ ବି ମିଳିବ ଜଗା ଦର୍ଶନ।
ଆବଶ୍ୟକ ନାହିଁ ଡବଲ ଡୋଜ ଟିକା ସାର୍ଟିଫିକେଟ । ଫେବ୍ରୁଆରି ୨୧ ତାରିଖରୁ ଲାଗୁ ହେବ ଏହି ନୂଆ SOP । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହିିିପରି ନିଷ୍ପତ୍ତି ନିଆଯାଇଛି। ଏନେଇ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି।ଏହାସହ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ ଯେ ଗର୍ଭ ଗୃହରୁ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି।