ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା SOP

ଭୁବନେଶ୍ୱର, ୨୩/୧୨: ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି SOP । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଦେବାଦେବୀଙ୍କୁ ଛୁଇଁବା ମନା । ଜଗମୋହନରେ ଥିବା ଗରୁଡ଼ ସ୍ତମ୍ଭକୁ ମଧ୍ୟ ଛୁଇଁବା ମନା ହୋଇଛି । ମନ୍ଦିରକୁ ଭୋଗ, ଫୁଲ ଆଦି ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି । ଶ୍ରୀମନ୍ଦିର ପରିସର ବା ଆନନ୍ଦବଜାରରେ ମହାପ୍ରସାଦ ସେବନ ବାରଣ ହୋଇଛି।

ଭକ୍ତଙ୍କ ଗାଡ଼ି ଜଗନ୍ନାଥବଲ୍ଲଭ ପାର୍କିଂରେ ରଖିବା ପାଇଁ ବ୍ୟବସ୍ଥା ହୋଇଛି। ମନ୍ଦିରରେ ପାନ, ଗୁଟୁଖା ଖାଇବା ଓ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। ସେବାୟତଙ୍କ ପରିବାର ମଙ୍ଗଳ ଆଳତି ଠାରୁ ରାତ୍ର ପହୁଡ଼ ଯାଏ ଦର୍ଶନ କରିପାରିବେ । ୨୬ରୁ ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ।