ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣା, ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୩/୦୨: ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣାରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବଜେଟ୍‌ ଅଧିବେଶନର ପ୍ରଥମ ଦିବସରେ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ପୁଅର ଲେଡି ବୋଲି କହିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ରହିଛି । ଏହି ମାମଲାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ ହୋଇଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସହ-ଅଭିଯୁକ୍ତ ଭାବେ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓଝା ଦାବି କରିଛନ୍ତି । ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ମିଳିତ ଅଭିଭାଷଣ ପରେ ଏହି ବିବାଦ ଉପୁଜିଥିଲା। ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ବିଷୟରେ ପଚାରିଥିଲେ, ସେ କହିଥିଲେ- ‘ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ କହିପାରୁନଥିଲେ, ବିଚାରୀ ମହିଳା ।

Leave a Reply

Your email address will not be published. Required fields are marked *