ରାଜନୀତିରୁ ସନ୍ନ୍ୟାସ ଏବେ କି କେବେ ନୁହେଁ ବୋଲି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୬/୨: ରାଜନୀତିରୁ ସନ୍ନ୍ୟାସ ଏବେ ନେବେନି ବୋଲି ନିଜେ ସୋନିଆ ଗାନ୍ଧୀ ଏହା ସ୍ପଷ୍ଟ କରିଛନ୍ତି। ସୋନିଆ କହିଛନ୍ତି, ସେ ରାଜନୀତିରୁ କେବେ ସନ୍ୟାସ ନେବେନିକି କି ଆଗକୁ ବି ନେବେନାହିଁ। ସେ ରାଜନୀତି ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିବା ସହ ସବୁ ଆକଳନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି। ସୋନିଆ ନିଜେ ଏହା ସ୍ପଷ୍ଟ କରିଥିବା ଦଳର ନେତ୍ରୀ ଅଳକା ଲାମ୍ବା ସୂଚନା ଦେଇଛନ୍ତି। ଆଜି ଅଳକା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ପ୍ରସଙ୍ଗ ଉପରେ ତାଙ୍କର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ହୋଇଥିଲା। ଗଣମାଧ୍ୟମ ଏବଂ ସାଧାରଣରେ ହେଉଥିବା ଚର୍ଚ୍ଚା ନେଇ ସେ ସୋନିଆଙ୍କୁ ଅବଗତ କରାଇଥିଲେ। ତେବେ ସୋନିଆ ହସି ହସି ଏସବୁକୁ ଖଣ୍ଡନ କରିଥିବା ଅଳକା ଲାମ୍ବା କହିଛନ୍ତି।