ଜୁନ ୨୩ରେ ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ଦିଲ୍ଲୀ,୨୧/୦୬ : ଜୁନ ୨୩ ରେ ଇଡି ପାଖରେ ହାଜର ହେବେ ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି ଇଡି । ସୂଚନାଯୋଗ୍ୟ ଯେ ନିକଟରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଲେଉଟିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗତକାଲି ସନ୍ଧ୍ୟାରେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି। ତେବେ ତାଙ୍କୁ ଘରେ ଏବେ ବିଶ୍ରାମ ନେବାକୁ ପରାମର୍ଶ ଡାକ୍ତର ଦେଇଛନ୍ତି । ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା। କରୋନା ଭାଇରସ ସଂକ୍ରମଣ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା। ଜୁନ ୧୨ ରେ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ରେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ କରୋନା ଭାଇରସରେ ସଂକ୍ରମିତ ହେବାରୁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି।