ନିଜ ମାଆର ତଣ୍ଟି କାଟିଲା ପୁଅ

ସୁନ୍ଦରଗଡ଼, ୧୭ା୧(ଦି ପ୍ରଗତି ନ୍ୟୁଜ): ସୁନ୍ଦରଗଡ଼ ସ୍ଥିତ ରାଜଗାଙ୍ଗପୁର ଥାନା ବାହିୟାମ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେଠାରେ ନିଜ ମାଆର ତଣ୍ଟି କାଟି ହତ୍ୟା କରିଛି ପୁଅ । ମାଆ ଟଙ୍କା ନଦେବାରୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି । ମାଆର ତଣ୍ଟି କାଟିବା ପରେ ମାଆର ମୃତଦେହକୁ ଲୁଚାଇ ରଖଥିଲା ପୁଅ । ଏହାପରେ ଦୁର୍ଗନ୍ଧ ହେବା ପରେ ଆଖପାଖ ଲୋକ ଜାଣି ଥିଲେ । ଏହାସହ ପୋଲିସ ଡାକିଥିଲେ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଅନ୍ୟପଟେ ଅଭିଯୁକ୍ତ ପୁଅ ରାଜୁ ଗୌଡ଼ ଫେରାର ହୋଇଥିବା ସୂଚନା ମିଳିଛି ।